୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୯ ରୁ ଆରମ୍ଭ

ଅନୁଗୋଳ: ସ୍ଥାନୀୟ ବିଜୁ ମଇଦାନ ଠାରେ ଆସନ୍ତା ୯ ତାରିଖରୁ ୧୮ ତାରିଖ ଯାଏ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଓ କଟକ ବୈଶାଖୀ ମେଳା ଆନୁକୂଲ୍ୟରେ ଆୟୋଜିତ ହେବ ୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏଥିନେଇ ସମସ୍ତ ପ୍ରସ୍ତୁତି ସରି ଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦେଇଥିଲେ ମେଳା କମିଟିର କର୍ମକର୍ତ୍ତା ମାନେ। ମେଳାରେ ଏସି ପାଭିଲିୟନର ବ୍ୟବସ୍ଥା ରହିବ ଯାହା ଫଳରେ କ୍ରେତା ମାନେ ଉତ୍ତମ ପରିବେଶରେ କାରବାର କରି ପାରିବେ ଏହି ମେଳାରେ ୨୨ ଟି ରାଜ୍ୟ ଓ ୧୦ ଟି ଦେଶର ଏକ ଲକ୍ଷରୁ ଅଧିକ ଉତ୍ପାଦ ଉପଲବ୍ଧ ରହିବ। ମେଳାରେ କାଶ୍ମୀରୀ ଫର୍ନିଚର୍, କାର୍ଭିଂ ଫର୍ନିଚର୍, ସୋଫା ସେଟ୍, ଡାଇନିଂ ସେଟ୍, ଇରାନ ଓ ଆଫଗାନିସ୍ଥାନ ର ଡ୍ରାଏ ଫ୍ରୁଟସ, ଦୁବାଇର ପର୍ଫ୍ୟୁମ୍, ଥାଇଲାଣ୍ଡର ଗହଣା, ଜୋତା ଓ ପୋଷାକ, ଭାରତର ବିଭିନ୍ନ ଅଞ୍ଚଳର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ, ଇରାନୀ କାର୍ପେଟ, ଆଣ୍ଟିକ ପିତ୍ତଳ ଓ ତମ୍ବା ସାମଗ୍ରୀ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ର ଚମଡ଼ା ସାମଗ୍ରୀ, ଦେଶର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଶାଢ଼ୀ, ଇଲେକ୍ଟ୍ରୋନିକ୍ସ ତଥା ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀ ମେଳାରେ ବିକ୍ରି ହେବ। ମେଳାର ଅନ୍ୟତମ ଆକର୍ଷଣ ରହିବ ଫୁଡ୍ ଜୋନ୍ ଯେଉଁଠାରେ ଗ୍ରାହକ ମାନେ ସୁସ୍ୱାଦୁ ଚଟ୍ ପଟା ଖାଦ୍ୟ ପାଇ ପାରିବେ। ମେଳାକୁ ଅନୁଗୋଳ ବାସୀ ବେଶ୍ ପସନ୍ଦ କରିବେ ବୋଲି କମିଟି ଆଶା କରିଛି। ସାମ୍ବାଦିକ ସମ୍ମିଳନୀରେ ମେଳାର ବରିଷ୍ଠ ଇଭେଣ୍ଟ ପରିଚାଳକ ସୁଜିତ୍ ଗୁପ୍ତା, ପାୟଲ ଗୁପ୍ତା, ବିକେ ସିଂହ ଏବଂ ବୈଶାଖୀ ମେଳା କମିଟି ପକ୍ଷରୁ ଜୟନ୍ତ କୁମାର କର ଓ ପ୍ରତାପ ମହାପାତ୍ର ଯୋଗ ଦେଇଥିଲେ । The post ୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୯ ରୁ ଆରମ୍ଭ first appeared on Dreams Rider News.

୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୯ ରୁ ଆରମ୍ଭ

ଅନୁଗୋଳ: ସ୍ଥାନୀୟ ବିଜୁ ମଇଦାନ ଠାରେ ଆସନ୍ତା ୯ ତାରିଖରୁ ୧୮ ତାରିଖ ଯାଏ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଓ କଟକ ବୈଶାଖୀ ମେଳା ଆନୁକୂଲ୍ୟରେ ଆୟୋଜିତ ହେବ ୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏଥିନେଇ ସମସ୍ତ ପ୍ରସ୍ତୁତି ସରି ଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦେଇଥିଲେ ମେଳା କମିଟିର କର୍ମକର୍ତ୍ତା ମାନେ। ମେଳାରେ ଏସି ପାଭିଲିୟନର ବ୍ୟବସ୍ଥା ରହିବ ଯାହା ଫଳରେ କ୍ରେତା ମାନେ ଉତ୍ତମ ପରିବେଶରେ କାରବାର କରି ପାରିବେ ଏହି ମେଳାରେ ୨୨ ଟି ରାଜ୍ୟ ଓ ୧୦ ଟି ଦେଶର ଏକ ଲକ୍ଷରୁ ଅଧିକ ଉତ୍ପାଦ ଉପଲବ୍ଧ ରହିବ। ମେଳାରେ କାଶ୍ମୀରୀ ଫର୍ନିଚର୍, କାର୍ଭିଂ ଫର୍ନିଚର୍, ସୋଫା ସେଟ୍, ଡାଇନିଂ ସେଟ୍, ଇରାନ ଓ ଆଫଗାନିସ୍ଥାନ ର ଡ୍ରାଏ ଫ୍ରୁଟସ, ଦୁବାଇର ପର୍ଫ୍ୟୁମ୍, ଥାଇଲାଣ୍ଡର ଗହଣା, ଜୋତା ଓ ପୋଷାକ, ଭାରତର ବିଭିନ୍ନ ଅଞ୍ଚଳର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ, ଇରାନୀ କାର୍ପେଟ, ଆଣ୍ଟିକ ପିତ୍ତଳ ଓ ତମ୍ବା ସାମଗ୍ରୀ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ର ଚମଡ଼ା ସାମଗ୍ରୀ, ଦେଶର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଶାଢ଼ୀ, ଇଲେକ୍ଟ୍ରୋନିକ୍ସ ତଥା ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀ ମେଳାରେ ବିକ୍ରି ହେବ। ମେଳାର ଅନ୍ୟତମ ଆକର୍ଷଣ ରହିବ ଫୁଡ୍ ଜୋନ୍ ଯେଉଁଠାରେ ଗ୍ରାହକ ମାନେ ସୁସ୍ୱାଦୁ ଚଟ୍ ପଟା ଖାଦ୍ୟ ପାଇ ପାରିବେ। ମେଳାକୁ ଅନୁଗୋଳ ବାସୀ ବେଶ୍ ପସନ୍ଦ କରିବେ ବୋଲି କମିଟି ଆଶା କରିଛି। ସାମ୍ବାଦିକ ସମ୍ମିଳନୀରେ ମେଳାର ବରିଷ୍ଠ ଇଭେଣ୍ଟ ପରିଚାଳକ ସୁଜିତ୍ ଗୁପ୍ତା, ପାୟଲ ଗୁପ୍ତା, ବିକେ ସିଂହ ଏବଂ ବୈଶାଖୀ ମେଳା କମିଟି ପକ୍ଷରୁ ଜୟନ୍ତ କୁମାର କର ଓ ପ୍ରତାପ ମହାପାତ୍ର ଯୋଗ ଦେଇଥିଲେ ।The post ୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୯ ରୁ ଆରମ୍ଭ first appeared on Dreams Rider News.