ଶ୍ୱାସରୁଦ୍ଧ କରୁଛି ଧୂଳି ଧୂଆଁ : ପ୍ରଶାସନିକ ଅବହେଳା ବିରୁଦ୍ଧରେ ତାଳଚେର କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଅନୁଗୋଳ: ତାଳଚେର କଳାହୀରା ସହରର ୧୪୯ନଂ ଜାତୀୟ ରାଜପଥ ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାସ୍ତାରେ ପ୍ରବଳ ମାତ୍ରାରେ ଧୂଳି ଧୂଆଁ ଯୋଗୁଁ ଅଞ୍ଚଳବାସୀ ଦୟନୀୟ ଅବସ୍ଥାରେ ଥିବା ନେଇ ସ୍ଥାନୀୟବାସୀ ଓ ରାଜପଥ ଆଖପାଖ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଅବଗତ କରାଇଛନ୍ତି, କିନ୍ତୁ ପ୍ରଶାସନ କିମ୍ବା ଲୋକପ୍ରତିନିଧି କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହାର ପ୍ରତିବାଦରେ ଆଜି ବାଧ୍ୟ ହୋଇ ତାଳଚେର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅଭିଯୋଗ ଅନୁଯାୟୀ, ରାସ୍ତାରେ ଭାରୀଯାନ ଚଳାଚଳ ଓ ଜାତୀୟ ରାଜପଥରେ ଖାଲଖମା ଯୋଗୁଁ ସୃଷ୍ଟି ହେଉଥିବା ଧୂଳି ଧୂଆଁରେ ଅଞ୍ଚଳ ଆଚ୍ଛାଦିତ ହୋଇ ରହୁଛି। ଫଳରେ ପ୍ରାୟ ସମୟରେ ଟ୍ରାଫିକ ଜାମ୍ ହେବା ସହ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୂଳି ଧୂଆଁ ଯୋଗୁଁ କଲେଜକୁ ଠିକ୍ ସମୟରେ ପହଞ୍ଚିବା ମଧ୍ୟ ସମ୍ଭବ ହେଉନାହିଁ। ଏତେ ଘଟଣା ଘଟୁଥିଲେ ମଧ୍ୟ ସରକାର କିମ୍ବା ଏନଏଚଏଆଇ ରାସ୍ତାରେ ପାଣି ଛିଞ୍ଚନ କରୁନାହାନ୍ତି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
The post ଶ୍ୱାସରୁଦ୍ଧ କରୁଛି ଧୂଳି ଧୂଆଁ : ପ୍ରଶାସନିକ ଅବହେଳା ବିରୁଦ୍ଧରେ ତାଳଚେର କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ first appeared on ANGUL TV ODISHA.
ଅନୁଗୋଳ: ତାଳଚେର କଳାହୀରା ସହରର ୧୪୯ନଂ ଜାତୀୟ ରାଜପଥ ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାସ୍ତାରେ ପ୍ରବଳ ମାତ୍ରାରେ ଧୂଳି ଧୂଆଁ ଯୋଗୁଁ ଅଞ୍ଚଳବାସୀ ଦୟନୀୟ ଅବସ୍ଥାରେ ଥିବା ନେଇ ସ୍ଥାନୀୟବାସୀ ଓ ରାଜପଥ ଆଖପାଖ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଅବଗତ କରାଇଛନ୍ତି, କିନ୍ତୁ ପ୍ରଶାସନ କିମ୍ବା ଲୋକପ୍ରତିନିଧି କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହାର ପ୍ରତିବାଦରେ ଆଜି ବାଧ୍ୟ ହୋଇ ତାଳଚେର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଅଭିଯୋଗ ଅନୁଯାୟୀ, ରାସ୍ତାରେ ଭାରୀଯାନ ଚଳାଚଳ ଓ ଜାତୀୟ ରାଜପଥରେ ଖାଲଖମା ଯୋଗୁଁ ସୃଷ୍ଟି ହେଉଥିବା ଧୂଳି ଧୂଆଁରେ ଅଞ୍ଚଳ ଆଚ୍ଛାଦିତ ହୋଇ ରହୁଛି। ଫଳରେ ପ୍ରାୟ ସମୟରେ ଟ୍ରାଫିକ ଜାମ୍ ହେବା ସହ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୂଳି ଧୂଆଁ ଯୋଗୁଁ କଲେଜକୁ ଠିକ୍ ସମୟରେ ପହଞ୍ଚିବା ମଧ୍ୟ ସମ୍ଭବ ହେଉନାହିଁ। ଏତେ ଘଟଣା ଘଟୁଥିଲେ ମଧ୍ୟ ସରକାର କିମ୍ବା ଏନଏଚଏଆଇ ରାସ୍ତାରେ ପାଣି ଛିଞ୍ଚନ କରୁନାହାନ୍ତି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।The post ଶ୍ୱାସରୁଦ୍ଧ କରୁଛି ଧୂଳି ଧୂଆଁ : ପ୍ରଶାସନିକ ଅବହେଳା ବିରୁଦ୍ଧରେ ତାଳଚେର କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ first appeared on ANGUL TV ODISHA.