ରାସ୍ତା ନଥିଲା, ଶ୍ରମଦାନ କରି ନିଜେ ଗଢ଼ିଲେ ସମାଜସେବୀ; ଛୁଟୁଛି ଶୁଭେଚ୍ଛାର ସୁଅ
ଅନୁଗୋଳ: ରାସ୍ତା ନଥିବା ଗାଁକୁ ନିଜେ ରାସ୍ତା କଲେ ସମାଜସେବୀ ସଞ୍ଜୟ ପ୍ରଧାନ। ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମଇମୁରା ପଞ୍ଚାୟତର କଳଜିକଟା ଗ୍ରାମର ପ୍ରାୟ ୪୦ଟି ପରିବାରର ଦୁର୍ଦ୍ଦଶା ଦୂର କଲେ ସମାଜସେବୀ।ଲଗାଣ ବର୍ଷା ଯୋଗୁଁ ମଇମୁରା ହାଟପଡ଼ିଆରୁ ସାହିକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଚଳାଚଳ ଅନୁପଯୋଗୀ ହୋଇପଡ଼ିଛି। ପକ୍କାଘର ସ୍ୱପ୍ନ ପାଲଟିଥିବାବେଳେ କାଦୁଅମୟ ରାସ୍ତା ବାସିନ୍ଦାଙ୍କ ଜୀବନକୁ ଦୁର୍ବିସହ କରିଛି। ଚଳିତ ବର୍ଷ ଗଣେଶ ପୂଜା ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ ସଞ୍ଜୟ ପ୍ରଧାନ। ଏହି ଅବସରରେ ଗ୍ରାମବାସୀ ନିଜର ଦୁଃଖ ଜଣାଇଥିଲେ। ସମସ୍ୟା ଗମ୍ଭୀରତାକୁ ବୁଝି ସଞ୍ଜୟ ପ୍ରଧାନ କେବଳ ପ୍ରତିଶ୍ରୁତି ନ ଦେଇ ନିଜେ ଶ୍ରମଦାନରେ ସାମିଲ ହୋଇଥିଲେ। ମାଟି ଓ କାଦୁଅ ଭରା ରାସ୍ତାରେ ପଥର ପକାଇ ଚଳାଚଳ ଉପଯୋଗୀ କରିବାକୁ ପ୍ରୟାସ କରିଛନ୍ତି। ତେବେ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଇଥିଲେ ବି ସ୍ଥାୟୀ ସମାଧାନ ହୋଇନାହିଁ। ବର୍ତ୍ତମାନ ସ୍ୱେଚ୍ଛାକୃତ ପ୍ରୟାସ ହୋଇଥିଲେ ମଧ୍ୟ ପ୍ରଶାସନ କେବେ ଏହି ଅବହେଳିତ ବସ୍ତିରେ ପକ୍କା ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା କରୁଛି, ତାହାକୁ ଅପେକ୍ଷା।
The post ରାସ୍ତା ନଥିଲା, ଶ୍ରମଦାନ କରି ନିଜେ ଗଢ଼ିଲେ ସମାଜସେବୀ; ଛୁଟୁଛି ଶୁଭେଚ୍ଛାର ସୁଅ first appeared on ANGUL TV ODISHA.
ଅନୁଗୋଳ: ରାସ୍ତା ନଥିବା ଗାଁକୁ ନିଜେ ରାସ୍ତା କଲେ ସମାଜସେବୀ ସଞ୍ଜୟ ପ୍ରଧାନ। ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମଇମୁରା ପଞ୍ଚାୟତର କଳଜିକଟା ଗ୍ରାମର ପ୍ରାୟ ୪୦ଟି ପରିବାରର ଦୁର୍ଦ୍ଦଶା ଦୂର କଲେ ସମାଜସେବୀ।ଲଗାଣ ବର୍ଷା ଯୋଗୁଁ ମଇମୁରା ହାଟପଡ଼ିଆରୁ ସାହିକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଚଳାଚଳ ଅନୁପଯୋଗୀ ହୋଇପଡ଼ିଛି। ପକ୍କାଘର ସ୍ୱପ୍ନ ପାଲଟିଥିବାବେଳେ କାଦୁଅମୟ ରାସ୍ତା ବାସିନ୍ଦାଙ୍କ ଜୀବନକୁ ଦୁର୍ବିସହ କରିଛି। ଚଳିତ ବର୍ଷ ଗଣେଶ ପୂଜା ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ ସଞ୍ଜୟ ପ୍ରଧାନ।
ଏହି ଅବସରରେ ଗ୍ରାମବାସୀ ନିଜର ଦୁଃଖ ଜଣାଇଥିଲେ। ସମସ୍ୟା ଗମ୍ଭୀରତାକୁ ବୁଝି ସଞ୍ଜୟ ପ୍ରଧାନ କେବଳ ପ୍ରତିଶ୍ରୁତି ନ ଦେଇ ନିଜେ ଶ୍ରମଦାନରେ ସାମିଲ ହୋଇଥିଲେ। ମାଟି ଓ କାଦୁଅ ଭରା ରାସ୍ତାରେ ପଥର ପକାଇ ଚଳାଚଳ ଉପଯୋଗୀ କରିବାକୁ ପ୍ରୟାସ କରିଛନ୍ତି। ତେବେ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଇଥିଲେ ବି ସ୍ଥାୟୀ ସମାଧାନ ହୋଇନାହିଁ। ବର୍ତ୍ତମାନ ସ୍ୱେଚ୍ଛାକୃତ ପ୍ରୟାସ ହୋଇଥିଲେ ମଧ୍ୟ ପ୍ରଶାସନ କେବେ ଏହି ଅବହେଳିତ ବସ୍ତିରେ ପକ୍କା ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା କରୁଛି, ତାହାକୁ ଅପେକ୍ଷା।The post ରାସ୍ତା ନଥିଲା, ଶ୍ରମଦାନ କରି ନିଜେ ଗଢ଼ିଲେ ସମାଜସେବୀ; ଛୁଟୁଛି ଶୁଭେଚ୍ଛାର ସୁଅ first appeared on ANGUL TV ODISHA.