ଆନ୍ତଃରାଜ୍ୟ ଭଲିବଲରେ ତାଳବାହାଳ ଝିଅଙ୍କ କମାଲ: ରନର୍ସଅପ ହୋଇ ଗୌରବ ବଢ଼ାଇଲେ ବାଳିକା ଦଳ
ଅନୁଗୋଳ: ଆନ୍ତଃରାଜ୍ୟ ଭଲିବଲ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ତାଳବାହାଳ ବାଳିକା ଭଲିବଲ ଦଳ। ଆସାମର ଗୁଆହାଟୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶା ସମେତ ୫ଟି ରାଜ୍ୟର ଦଳ ଭାଗ ନେଇଥିଲେ। ତାଳବାହାଳ ଦଳ ଜାମ୍ମୁ-କାଶ୍ମୀରକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ତେବେ ଫାଇନାଲରେ ଆସାମ ଦଳଠାରୁ ୧-୩ ସେଟ୍ରେ ପରାଜିତ ହୋଇ ରନର୍ସଅପ ଟ୍ରଫି ହାସଲ କରିଛି। ଦଳର ଖେଳାଳି ବିଷ୍ଣୁପ୍ରିୟା ରାଉଳଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଶ୍ରେଷ୍ଠ ଲିବେରା ପୁରସ୍କାର ମିଳିଛି। ସଫଳତା ପରେ ଖେଳାଳିମାନେ ଗାଁକୁ ଫେରିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିଙ୍କୁ ଗାଁ ପରିକ୍ରମା କରାଯାଇଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। କେଭିଡିସି ପକ୍ଷରୁ ଖେଳାଳି, ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ଶୁଭେଚ୍ଛା ଜଣାଯାଇଛି। The post ଆନ୍ତଃରାଜ୍ୟ ଭଲିବଲରେ ତାଳବାହାଳ ଝିଅଙ୍କ କମାଲ: ରନର୍ସଅପ ହୋଇ ଗୌରବ ବଢ଼ାଇଲେ ବାଳିକା ଦଳ first appeared on Dreams Rider News.
ଅନୁଗୋଳ: ଆନ୍ତଃରାଜ୍ୟ ଭଲିବଲ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ତାଳବାହାଳ ବାଳିକା ଭଲିବଲ ଦଳ। ଆସାମର ଗୁଆହାଟୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶା ସମେତ ୫ଟି ରାଜ୍ୟର ଦଳ ଭାଗ ନେଇଥିଲେ। ତାଳବାହାଳ ଦଳ ଜାମ୍ମୁ-କାଶ୍ମୀରକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ତେବେ ଫାଇନାଲରେ ଆସାମ ଦଳଠାରୁ ୧-୩ ସେଟ୍ରେ ପରାଜିତ ହୋଇ ରନର୍ସଅପ ଟ୍ରଫି ହାସଲ କରିଛି। ଦଳର ଖେଳାଳି ବିଷ୍ଣୁପ୍ରିୟା ରାଉଳଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଶ୍ରେଷ୍ଠ ଲିବେରା ପୁରସ୍କାର ମିଳିଛି। ସଫଳତା ପରେ ଖେଳାଳିମାନେ ଗାଁକୁ ଫେରିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିଙ୍କୁ ଗାଁ ପରିକ୍ରମା କରାଯାଇଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। କେଭିଡିସି ପକ୍ଷରୁ ଖେଳାଳି, ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ଶୁଭେଚ୍ଛା ଜଣାଯାଇଛି।The post ଆନ୍ତଃରାଜ୍ୟ ଭଲିବଲରେ ତାଳବାହାଳ ଝିଅଙ୍କ କମାଲ: ରନର୍ସଅପ ହୋଇ ଗୌରବ ବଢ଼ାଇଲେ ବାଳିକା ଦଳ first appeared on Dreams Rider News.