Health Minister: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା: ସ୍ୱାସ୍ଥ୍ୟ ବିଭାଗ ସଜାଗ, ରିପୋର୍ଟ ଆସିବା ପୂର୍ବରୁ ନିଷ୍କର୍ଷ ନୁହେଁ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଥିବା ସେ କହିଛନ୍ତି। ତେବେ ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ କୌଣସି ରୋଗ ସମ୍ପର୍କରେ ନିଶ୍ଚିତ ହେବା ଠିକ୍ ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍କ୍ରବ୍ ଟାଇଫସ୍‌ ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ସାମ୍ନାକୁ ଆସିବ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରୋଗ ଚିହ୍ନଟ ପାଇଁ ଆବଶ୍ୟକ ପରୀକ୍ଷା କରାଯାଉଛି । ବିଶେଷକରି 'ELISA ଏବଂ କନଫର୍ମେଟୋରି ଟେଷ୍ଟ'ର ଫଳାଫଳ ଆସିବା ପରେ ହିଁ ସ୍କ୍ରବ୍ ଟାଇଫସ୍‌ ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ସାମ୍ନାକୁ ଆସିବ । ତେଣୁ ରିପୋର୍ଟ ଆସିବା ପୂର୍ବରୁ କୌଣସି ନିଷ୍କର୍ଷରେ ନ ପହଞ୍ଚିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସ୍ଥିତିର ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍‌କୁ ନିୟୋଜିତ କରାଯାଇଛି । ପ୍ରଭାବିତ ଅଞ୍ଚଳକୁ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଲକ୍ଷଣ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯିବା ସହ ଆବଶ୍ୟକ ଚିକିତ୍ସା ଓ ନିରୀକ୍ଷଣ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର ଟିମ୍ ସ୍ଥାନୀୟ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି । ରିପୋର୍ଟ ଆସିବା ପରେ ହିଁ ସ୍କ୍ରବ୍ ଟାଇଫସ୍‌ର ସ୍ଥିତି ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିବ। ଏହି ସମୟରେ ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଟିମ୍‌ର ଅନୁଧ୍ୟାନ ଓ ଟେଷ୍ଟ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । Accident: ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର