ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩ ଜଣଙ୍କୁ ଅଟକ ରଖି ତଦନ୍ତ
ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଅନ୍ତର୍ଗତ ଖମାର ଥାନା ସତ୍ୟବନ୍ଧ ଗ୍ରାମ ନିକଟସ୍ଥ ନଗଡିହ ଧାନ ବିଲରୁ ଗୁରୁବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜେନାପଡ଼ା ଗ୍ରାମର ସନ୍ତୋଷ କୁମାର ଗଡ଼ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସନ୍ତୋଷ ଗୁରୁବାର ସକାଳ ପ୍ରାୟ ୮ଟାରେ ଘରୁ ବାହାରି ସତ୍ୟବନ୍ଧ ମୌଜାରେ ଥିବା ଚାଷଜମି ଦେଖିବାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଅପରାହ୍ନ ପ୍ରାୟ ୫ଟାରେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ବିଲ ମଝିରେ ସନ୍ତୋଷଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହ ନିକଟରେ ଏକ ଟାଙ୍ଗିଆ, ପାଣି ବୋତଲ ଓ ଗାମୁଛା ପଡ଼ିଥିବା ବେଳେ ମୁହଁ ଓ ଦୁଇ ହାତରୁ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି। କେହି ହତ୍ୟା କରି ମୃତଦେହ ଫୋପାଡ଼ି ଦେଇଥିବା ବେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ଖବର ପାଇ ଖମାର ଥାନା ଆଇଆଇସି ଅରୁଣ କୁମାର ଖିଲାର ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରୁ ଟାଙ୍ଗିଆ ଓ ଗାମୁଛା ଜବତ କରିଛି। ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଥିବା ଆଇଆଇସି ଶ୍ରୀ ଖିଲାର ସୂଚନା ଦେଇଛନ୍ତି।
The post ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩ ଜଣଙ୍କୁ ଅଟକ ରଖି ତଦନ୍ତ first appeared on ANGUL TV ODISHA.
ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଅନ୍ତର୍ଗତ ଖମାର ଥାନା ସତ୍ୟବନ୍ଧ ଗ୍ରାମ ନିକଟସ୍ଥ ନଗଡିହ ଧାନ ବିଲରୁ ଗୁରୁବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜେନାପଡ଼ା ଗ୍ରାମର ସନ୍ତୋଷ କୁମାର ଗଡ଼ନାୟକ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସନ୍ତୋଷ ଗୁରୁବାର ସକାଳ ପ୍ରାୟ ୮ଟାରେ ଘରୁ ବାହାରି ସତ୍ୟବନ୍ଧ ମୌଜାରେ ଥିବା ଚାଷଜମି ଦେଖିବାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଅପରାହ୍ନ ପ୍ରାୟ ୫ଟାରେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ବିଲ ମଝିରେ ସନ୍ତୋଷଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହ ନିକଟରେ ଏକ ଟାଙ୍ଗିଆ, ପାଣି ବୋତଲ ଓ ଗାମୁଛା ପଡ଼ିଥିବା ବେଳେ ମୁହଁ ଓ ଦୁଇ ହାତରୁ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି।
କେହି ହତ୍ୟା କରି ମୃତଦେହ ଫୋପାଡ଼ି ଦେଇଥିବା ବେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ଖବର ପାଇ ଖମାର ଥାନା ଆଇଆଇସି ଅରୁଣ କୁମାର ଖିଲାର ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରୁ ଟାଙ୍ଗିଆ ଓ ଗାମୁଛା ଜବତ କରିଛି। ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଥିବା ଆଇଆଇସି ଶ୍ରୀ ଖିଲାର ସୂଚନା ଦେଇଛନ୍ତି।
The post ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩ ଜଣଙ୍କୁ ଅଟକ ରଖି ତଦନ୍ତ first appeared on ANGUL TV ODISHA.