କଲଣ୍ଡା ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ନୁଥୁରିପଶିକୁ ହରାଇ ବ୍ରଜନାଥପୁର ଚାମ୍ପିଅନ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ କଲଣ୍ଡା ଗ୍ରାମର ଯୁଗ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ରେ ବ୍ରଜନାଥପୁର ଓ ନୁଥୁରିପଶି ଦଳ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଶେଷରେ ବ୍ରଜନାଥପୁର ୨-୦ ଗୋଲରେ ନୁଥୁରିପଶିକୁ ପରାସ୍ତ କରି ବିଜେତା ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରିଥିଲେ। ଏଥିସହ ଖେଳ ସମୟରେ ଆହତ ଜଣେ ଖେଳାଳିଙ୍କୁ ୫ ହଜାର ଟଙ୍କାର ସହାୟତା ଦେଇଥିଲେ। ଗ୍ରାମାଞ୍ଚଳରେ ଏଭଳି କ୍ରୀଡ଼ା ଆୟୋଜନ ଦ୍ୱାରା ଲୁକ୍କାୟିତ ପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ମିଳିବ ବୋଲି ଶ୍ରୀ ମହାନ୍ତି କହିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଯୁବକ ସଂଘର କର୍ମକର୍ତ୍ତା, ଖେଳାଳି ଓ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। The post କଲଣ୍ଡା ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ନୁଥୁରିପଶିକୁ ହରାଇ ବ୍ରଜନାଥପୁର ଚାମ୍ପିଅନ୍ first appeared on Dreams Rider News.

କଲଣ୍ଡା ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ନୁଥୁରିପଶିକୁ ହରାଇ ବ୍ରଜନାଥପୁର ଚାମ୍ପିଅନ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ କଲଣ୍ଡା ଗ୍ରାମର ଯୁଗ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ରେ ବ୍ରଜନାଥପୁର ଓ ନୁଥୁରିପଶି ଦଳ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଶେଷରେ ବ୍ରଜନାଥପୁର ୨-୦ ଗୋଲରେ ନୁଥୁରିପଶିକୁ ପରାସ୍ତ କରି ବିଜେତା ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରିଥିଲେ। ଏଥିସହ ଖେଳ ସମୟରେ ଆହତ ଜଣେ ଖେଳାଳିଙ୍କୁ ୫ ହଜାର ଟଙ୍କାର ସହାୟତା ଦେଇଥିଲେ। ଗ୍ରାମାଞ୍ଚଳରେ ଏଭଳି କ୍ରୀଡ଼ା ଆୟୋଜନ ଦ୍ୱାରା ଲୁକ୍କାୟିତ ପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ମିଳିବ ବୋଲି ଶ୍ରୀ ମହାନ୍ତି କହିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଯୁବକ ସଂଘର କର୍ମକର୍ତ୍ତା, ଖେଳାଳି ଓ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।The post କଲଣ୍ଡା ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ନୁଥୁରିପଶିକୁ ହରାଇ ବ୍ରଜନାଥପୁର ଚାମ୍ପିଅନ୍ first appeared on Dreams Rider News.