ଉତ୍ତରାଞ୍ଚଳ ଆରଡିସିଙ୍କ ଜିଲ୍ଲା କାର୍ଯ୍ୟାଳୟ ସମୀକ୍ଷା: ପେପରଲେସ୍ କାମ ଉପରେ ଗୁରୁତ୍ବ, ହାଇଟେକ୍ ହେବ ରାଜସ୍ବ ସର୍ଭେ

ଅନୁଗୋଳ: ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ।ବିଭିନ୍ନ ବିଭାଗର ପ୍ରକଳ୍ପ ଓ ଯୋଜନାଗୁଡିକର ସମୀକ୍ଷା କରି ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ୱ କ୍ଷେତ୍ରରେ ହାଇଟେକ୍ ସର୍ଭେକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସରକାରୀ କାର୍ଯ୍ୟାଳୟଗୁଡିକରେ ଡିଜିଟାଲାଇଜେସନକୁ ପ୍ରାଧାନ୍ୟ ଦେଇ ପେପରଲେସ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ଜିଲ୍ଲାର ପ୍ରଶାସନିକ କାର୍ଯ୍ୟକୁ ଆହୁରି ସ୍ୱଚ୍ଛ, ତ୍ୱରାନ୍ୱିତ ଓ ଲୋକାଭିମୁଖୀ କରିବା ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। The post ଉତ୍ତରାଞ୍ଚଳ ଆରଡିସିଙ୍କ ଜିଲ୍ଲା କାର୍ଯ୍ୟାଳୟ ସମୀକ୍ଷା: ପେପରଲେସ୍ କାମ ଉପରେ ଗୁରୁତ୍ବ, ହାଇଟେକ୍ ହେବ ରାଜସ୍ବ ସର୍ଭେ first appeared on Dreams Rider News.

ଉତ୍ତରାଞ୍ଚଳ ଆରଡିସିଙ୍କ ଜିଲ୍ଲା କାର୍ଯ୍ୟାଳୟ ସମୀକ୍ଷା: ପେପରଲେସ୍ କାମ ଉପରେ ଗୁରୁତ୍ବ, ହାଇଟେକ୍ ହେବ ରାଜସ୍ବ ସର୍ଭେ

ଅନୁଗୋଳ: ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ।ବିଭିନ୍ନ ବିଭାଗର ପ୍ରକଳ୍ପ ଓ ଯୋଜନାଗୁଡିକର ସମୀକ୍ଷା କରି ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ୱ କ୍ଷେତ୍ରରେ ହାଇଟେକ୍ ସର୍ଭେକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସରକାରୀ କାର୍ଯ୍ୟାଳୟଗୁଡିକରେ ଡିଜିଟାଲାଇଜେସନକୁ ପ୍ରାଧାନ୍ୟ ଦେଇ ପେପରଲେସ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ଜିଲ୍ଲାର ପ୍ରଶାସନିକ କାର୍ଯ୍ୟକୁ ଆହୁରି ସ୍ୱଚ୍ଛ, ତ୍ୱରାନ୍ୱିତ ଓ ଲୋକାଭିମୁଖୀ କରିବା ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।The post ଉତ୍ତରାଞ୍ଚଳ ଆରଡିସିଙ୍କ ଜିଲ୍ଲା କାର୍ଯ୍ୟାଳୟ ସମୀକ୍ଷା: ପେପରଲେସ୍ କାମ ଉପରେ ଗୁରୁତ୍ବ, ହାଇଟେକ୍ ହେବ ରାଜସ୍ବ ସର୍ଭେ first appeared on Dreams Rider News.