ଆରମ୍ଭ ହେଲା “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ ଚ୍ୟାଲେଞ୍ଜ”

ଅନୁଗୋଳ: ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ମିଳିତ ଆନୁକୂଲ୍ୟରେ “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ ଚ୍ୟାଲେଞ୍ଜ” ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୬୩ଟି ଘରୋଇ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀ ସିଧାସଳଖ ଯୋଡ଼ି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ୧୫,୦୦୦ ପରିବାରକୁ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୧୦୦ ଦିନିଆ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ “ପ୍ଲାଷ୍ଟିକ୍ ଆକ୍ସନ ଟିମ୍ (PAT)” ଗଠନ କରାଯାଉଛି, ଯାହା ନୋଡାଲ ଶିକ୍ଷକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ। ସମଗ୍ର ଅଭିଯାନକୁ ଚାରୋଟି ପର୍ଯ୍ୟାୟରେ ପରିଚାଳନା କରାଯିବ ଏବଂ ବିଧିବଦ୍ଧ ଡକ୍ୟୁମେଣ୍ଟେସନ୍ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ବ୍ୟବହାରର 3R ନୀତି – ହ୍ରାସ (Reduce), ପୁନଃବ୍ୟବହାର (Reuse) ଏବଂ ପୁନଃଚକ୍ରଣ (Recycle) କୁ ପିଲାମାନଙ୍କ ଦୈନନ୍ଦିନ ଜୀବନଶୈଳୀରେ ଅଭ୍ୟାସରେ ପରିଣତ କରିବା। ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କାର ଓ ସ୍ୱୀକୃତି ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମରେ ଆଇଏଏସ ପ୍ରୋବେସନର ଅଭି ଜୈନ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। The post ଆରମ୍ଭ ହେଲା “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ ଚ୍ୟାଲେଞ୍ଜ” first appeared on Dreams Rider News.

ଆରମ୍ଭ ହେଲା “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ ଚ୍ୟାଲେଞ୍ଜ”

ଅନୁଗୋଳ: ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ମିଳିତ ଆନୁକୂଲ୍ୟରେ “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ ଚ୍ୟାଲେଞ୍ଜ” ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୬୩ଟି ଘରୋଇ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀ ସିଧାସଳଖ ଯୋଡ଼ି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ୧୫,୦୦୦ ପରିବାରକୁ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୧୦୦ ଦିନିଆ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ “ପ୍ଲାଷ୍ଟିକ୍ ଆକ୍ସନ ଟିମ୍ (PAT)” ଗଠନ କରାଯାଉଛି, ଯାହା ନୋଡାଲ ଶିକ୍ଷକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ। ସମଗ୍ର ଅଭିଯାନକୁ ଚାରୋଟି ପର୍ଯ୍ୟାୟରେ ପରିଚାଳନା କରାଯିବ ଏବଂ ବିଧିବଦ୍ଧ ଡକ୍ୟୁମେଣ୍ଟେସନ୍ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ବ୍ୟବହାରର 3R ନୀତି – ହ୍ରାସ (Reduce), ପୁନଃବ୍ୟବହାର (Reuse) ଏବଂ ପୁନଃଚକ୍ରଣ (Recycle) କୁ ପିଲାମାନଙ୍କ ଦୈନନ୍ଦିନ ଜୀବନଶୈଳୀରେ ଅଭ୍ୟାସରେ ପରିଣତ କରିବା। ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କାର ଓ ସ୍ୱୀକୃତି ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମରେ ଆଇଏଏସ ପ୍ରୋବେସନର ଅଭି ଜୈନ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।The post ଆରମ୍ଭ ହେଲା “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ ଚ୍ୟାଲେଞ୍ଜ” first appeared on Dreams Rider News.